ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଆହତ
25/08/2020 at 4:55 PM

ରାଇରଙ୍ଗପୁର ୨୫।୮: ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ନିରଞ୍ଜନରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୋରୁମହିଷାଣୀ ଥାନା ଭେଲୁଡ଼ିହି ଗ୍ରାମର ଆବଦୁଲ ନାସିମ । ନାସିମ ଯୋଡ଼ା ଟିସ୍କୋ କମ୍ପାନୀରେ ଡ୍ୟୁଟିରେ ଯୋଗଦେବାକୁ ଯାଉଥିବା ବେଳେ ବାଇକ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ତେବେ କିଛି ଦିନ ଆଗରୁ ଛୁଟିରେ ଘରକୁ ଆସିଥିଲେ ନାସିମ ।

ଦୁର୍ଘଟଣାର ଖବର ପାଇ ଦମକଳ ବାହିନୀ ସେମାନଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁଇ ଜଣ ଯୁବକ ମଧ୍ୟ ଆହତ ହୋଇଥିବା ଜଣାପଡିଛି ।