ଦୁଇ ବାଇକ୍ ମୁହାଁମୁହିଁ ଧକ୍କା : ଜଣେ ମୃତ, ୩ ଗୁରୁତର

Published By : Prameya-News7 Bureau | July 13, 2022 IST

ପାଟଣାଗଡ ୧୩: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅନ୍ତର୍ଗତ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଦୁଇ ବାଇକ୍ ମୁହାଁମୁହିଁ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ପାଟଣାଗଡ଼ ଥାନା ଅନ୍ତର୍ଗତ ତୁଳସୀଡୁଙ୍ଗୁରି ଗାଁର ଦୁଇ ଜଣ ଯୁବକ ମଙ୍ଗଳବାର ରାତିରେ ନିଜ ବାଇକରେ ଘରକୁ ଫେରୁଥିଲେ । ଏହି ସମୟରେ ପେଟ୍ରୋଲ ପମ୍ପ ନିକଟରେ ଏକ ଓମଫେଡ୍ ଗାଡିକୁ ଓଭରଟେକ୍ କରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ଉଳବା ଗାଁର ଭଜଧରୁଆର ମୃତ୍ୟୁ ହୋଇଥିଲା ବେଳେ ସେହି ଗାଁର ରାଜେଶ ଭୁଏ ଗୁରୁତର ହୋଇଛନ୍ତି । ଅନ୍ୟପଟେ ତୁଳସୀ ଡୁଙ୍ଗୁରିର ଅଜିତ ମାଝୀ ଓ ବଳଦେବ ଭୁଏ ମଧ୍ୟ ଗୁରୁତର ଅବସ୍ଥାରେ ପଡ଼ିଥିଲେ । ଖବର ପାଇ ପାଟଣାଗଡ଼ ଦମକଳ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ପାଟଣାଗଡ଼ ଡାକ୍ତରଖାନା ଆଣିଥିଲେ । ଗୁରୁତର ଅବସ୍ଥାରେ ୩ ଜଣଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଡାକ୍ତରଖାନା ମୃତ ଘୋଷଣା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.