ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର : ସ୍ବାମୀ ମୃତ, ସ୍ତ୍ରୀ ସମେତ ୬ ଗୁରୁତର

Published By : Prameya-News7 Bureau | July 13, 2021 IST

ପାଟଣା ୧୩।୭: କେନ୍ଦୁଝର ଜିଲ୍ଲା ପାଟଣା ଭୀମକୁଣ୍ଡ ରାସ୍ତାର କୋଠାଘର ବାଙ୍କ ନିକଟରେ ଭାରସାମ୍ୟ ହରାଇ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣାସ୍ଥଳରେ ସ୍ବାମୀ ମୃତ ଓ ସ୍ତ୍ରୀ ସମେତ ୬ ଗୁରୁତର । ସମସ୍ତ ଗୁରୁତରଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ମୃତକ କୋଠାଘର ଗ୍ରାମର ସିଙ୍ଗୁ ମାଝୀ ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଅପରାହ୍ନରେ କୋଠାଘର ଗ୍ରାମର ୧୦ରୁ ଉର୍ଦ୍ଧ୍ଵ ଲୋକେ ଡୁମୁରିଆ ପଞ୍ଚାୟତରୁ ପିଡ଼ିଏସ ସାମଗ୍ରୀ ନେଇ ଆସୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ସିଙ୍ଗୁ ମାଝୀଙ୍କ ମୃତ୍ୟୁ ହୋଇଛି ଅନ୍ୟ ଆହତଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଶବ ଛାଡୁ ନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଉତ୍ତେଜନା ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.