ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ଝିଅ : ଜଣେ ମୃତ, ଜଣେ ନିଖୋଜ
5/11/2020 at 12:43 PM

ଢେଙ୍କାନାଳ ୫।୧୧: ଢେଙ୍କାନାଳ ଜିଲ୍ଲା ଗନ୍ଦିଆ କରମୂଳ ଗାଁରେ ଅଭାବନୀୟ ଘଟଣା । ଗାଁ ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୧୦ ବର୍ଷର ଦୁଇଟି ଶିଶୁ । ବୁଡିଯାଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ହୋଇଛନ୍ତି । ମୃତକ ହେଲେ ଅନିତା ମଲ୍ଲିକ ।

ଅନିତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ନିଖୋଜ ହେଲେ ଅଙ୍କିତା ମଲ୍ଲିକ । ଖବର ପାଇ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।
Related Posts
ଗୁଣି ଗାରେଡ଼ି ସନ୍ଦେହରେ ମରଣାନ୍ତକ ଆକ୍ରମଣ; ଜଣେ ଆହତ
29 May 2023