ଜଙ୍ଗଲରେ ଆକ୍ରମଣ କଲା ବିରୁଡି : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | August 10, 2022 IST

ସୁନ୍ଦରଗଡ ୧୦।୮: ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନାର କିଣ୍ଡୋର ଗ୍ରାମରେ ବିରୁଡି ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ରାଉରକେଲାରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ଥାନାର କିଣ୍ଡୋର ଗ୍ରାମର ମିନିକା ବାଡା ଜଙ୍ଗଲ ନିକଟ ଜମିରେ ଗାଈ ଚରାଉଥିବା ବେଳେ ବିରୁଡି ଆକ୍ରମଣ କରିଥିଲେ । ଫଳରେ ମହିଳା ଜଣଙ୍କ ଦୌଡ଼ି ଦୌଡ଼ି ପଳାଇ ଆସିଥିଲେ । ହେଲେ ମହିଳାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଦେଶୀ ଚିକିତ୍ସା କରାଯାଇଥିଲା । କିନ୍ତୁ ତାଙ୍କର ମୃତ୍ୟୁ ହୋଇଥିଲା ।

ସେହିଭଳି ବିରୁଡି ଆକ୍ରମଣରେ ସେହି ଗ୍ରାମର ରୁପୁଷ ଏକ୍କା ମଧ୍ୟ ଗୁରୁତର ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.