ଘର କାମ ବେଳେ ବଜ୍ରପାତ : ଜଣେ ମୃତ, ଜଣେ ଗୁରୁତର

Published By : Prameya-News7 Bureau | June 15, 2022 IST

ବିନିକା ୧୫।୬: ବଜ୍ରାଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ତମାମୁରା ଗ୍ରାମରେ ଘର କାମ କରୁଥିବା ସମୟରେ ବଜ୍ରାପାତ ହୋଇଥିଲା । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ତମାମରା ଗ୍ରାମର ଇନ୍ଦ୍ରଜିତ ବେରିଆ ଓ ଗୁରୁତର ଥିବା ବ୍ୟକ୍ତି ଚଦ୍ରଶେଖର ସେଠ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟା ସମୟରେ ଘଡଘଡି ସହ ବଜ୍ରାପାତ ହେଉଥିଲା । ଠିକ୍ ସେତିକି ବେଳେ ଇନ୍ଦ୍ରଜିତ ଓ ଚଦ୍ରଶେଖର ଏକ ଘର ଉପରେ କାମ କରୁଥିଲେ । ଦୁଇ ଜଣଙ୍କୁ ବଜ୍ରାଘାତ ପରେ ଘର ଲୋକେ ଉଭୟଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାର ଭର୍ତ୍ତି କରିଥିଲେ l ଡାକ୍ତରଖାନାରେ ଡାକ୍ତର ଚିକିତ୍ସା ପରେ ଇନ୍ଦ୍ରଜିତ ବରିହାଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ଥିବା ବ୍ୟକ୍ତିଙ୍କ ପ୍ରାଥମିକ ଚିକିତ୍ସା କରି ବୁର୍ଲା ସ୍ଥାନାନ୍ତର କରିଦିଆଯାଇଥିବା ଜଣାପଡିଛି । ଏ ନେଇ ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ତଦନ୍ତ ଜାରି ରଖିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତ ବ୍ୟକ୍ତିଙ୍କ ଶବ ଜବତ କରିଛି । ବୁଧବାର ଶବ ବ୍ୟବଚ୍ଛେଦ ବିନିକା ଡାକ୍ତରଖାନାରେ କରାଯିବ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.