ଚିଙ୍ଗୁଡ଼ି ପୋଖରୀରେ କାମ କଲା ବେଳେ ବଜ୍ରପାତ : ଭଣଜା ମୃତ, ମାମୁଁ ଗୁରୁତର

Published By : Prameya-News7 Bureau | June 02, 2023 IST

ବାସୁଦେବପୁର ୨।୬: ଚିଙ୍ଗୁଡ଼ି ପୋଖରୀରେ କାମ କରୁଥିବା ବେଳେ ବଜ୍ରପାତରେ ଭଣଜାଙ୍କ ମୃତ୍ୟୁ ହୋଇଥିବା ବେଳେ ମାମୁଁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହେଇଛନ୍ତି । ଏପରି ଅଘଟଣ ଘଟିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କଣ୍ଟାବଣିଆ ଗାଁରେ । ମୃତକ ମୟୁରଭଞ୍ଜ ଜିଲ୍ଲା ରରୁଆଁ  ପାପଡା ଗାଁର ରସା ମହାରଣାଙ୍କ ପୁଅ ବାନେ ମହାରଣା ବୋଲି ଜଣାପଡିଥିବା ବେଳେ ଗୁରୁତର ବ୍ୟକ୍ତି ସେହି ଗାଁର ମଙ୍ଗଲ ମହାନ୍ତଙ୍କ ପୁଅ ସନ୍ତୋଷ ମହାନ୍ତ ବୋଲି ଜଣାପଡିଛି । ତେବେ ଦୁଇ ଜଣ ଯାକ ସମ୍ପର୍କରେ ମାମୁଁ ଓ ଭଣଜା ବୋଲି ସୂଚନା ମିଳିଛି ।

ଉଭୟ କିଛି ଦିନ ପୂର୍ବରୁ ମୟୁରଭଞ୍ଜରୁ ଆସି କଣ୍ଟାବନିଆ ଠାରେ ଏକ ଚିଙ୍ଗୁଡ଼ି ପୋଖରୀରେ ରହି କାମ କରୁଥିଲେ । ଶୁକ୍ରବାର ଦ୍ୱିପ୍ରହର ସମୟରେ ପୋଖରୀରେ କାମ କରୁଥିବା ବେଳେ ବଜ୍ରପାତ ହେଇଥିଲା । ଫଳରେ ୨ ଜଣ ଯାକ ପୋଖରୀରେ ପଡି ଯାଇଥିଲେ । ତୁରନ୍ତ ଅନ୍ୟ ଲୋକମାନେ ତାଙ୍କୁ ଉଦ୍ଧାର କରି ବାସୁଦେବପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଭଣଜାଙ୍କୁ ମୃତ ଘୋଷଣା କରିଥିବା ବେଳେ ମାମୁଁଙ୍କ ଅବସ୍ଥା ଗୁରୁତର ଥିବାରୁ ଚିକିତ୍ସା ଜାରି ରହିଛି ।

You Can Read :

wp:embed {"url":"https://www.prameyanews7.com/hangama-at-panchayat-samiti-meeting-in-bolangir/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hangama-at-panchayat-samiti-meeting-in-bolangir/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.