ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ଶୋଇଥିବା ବେଳେ କୁଡିଆରେ ଲାଗିଲା ନିଆଁ : ସାନ ଭଉଣୀ ମୃତ, ବଡ ଗୁରୁତର

17/03/2020 at 8:36 AM

ରାୟଗଡା ୧୭।୩: ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ । ପୋଡିହୋଇ ସାନ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ବଡ ଭଉଣୀ ଗୁରୁତର ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ କୁଚେଇପଦର ଗାଁରେ । ମୃତ ନାବାଳିକା ହେଲେ ମିଟୁ ମାଝିଙ୍କ ଝିଅ ସୁବି । ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ବଡ ଭଉଣୀ କସନ୍ତି ଏବେ ଚିକିତ୍ସିତ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ରବିବାର ମଧ୍ୟାହ୍ନରେ ମିଟୁ ଡଙ୍ଗାସିଲ ଏବଂ ତାଙ୍କ ସ୍ତ୍ରୀ କୌଣସି କାମରେ ବାହାରକୁ ଯାଇଥିଲେ । ଘରେ ଦୁଇ ଝିଅ କସନ୍ତି ଓ ସୁବି ଶୋଇଥିଲେ । ବାହାରେ ତାଙ୍କ ପୁଅ ଖେଳୁଥିଲେ । ହଠାତ୍ କୁଡିଆରେ ନିଆଁ ଲାଗିଯିବାରୁ ଦୁଇ ଭଉଣୀ ପୋଡି ଯାଇଥିଲେ । ଉଭୟଙ୍କ ଚିତ୍କାର ଶୁଣି ମିଟୁଙ୍କ ସାନ ଭାଇ ଆସି ଉଭୟଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସୁବିକୁ ଡାକ୍ତର ମୃତ ଘୋଷଣା କରିଥିଲେ ।

   Related Posts