ତେଲକୋଇ ୧୪।୧୨: ନାଳ ପୋଲରୁ ତଳକୁ ଖସିଲା ବାଇକ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ କରଦାଙ୍ଗି ଗାଁ ଘୁରୁଡିଆ ନାଳ ନିକଟରେ ଦୁର୍ଘଟଣା ହୋଇଛି । ସୋମବାର ସକାଳ ୯ଟା ବେଳକୁ ବାଇକ୍ ଯୋଗେ ଶ୍ୟାମ ମୁଣ୍ଡା ମେଡିସିନ ନେଇ ଦ୍ରୁତ ଗତିରେ ଘରକୁ ଫେରୁଥିବା ବେଳେ ଘୁରୁଡିଆ ନାଳ ପୋଲ ଉପରେ ଥିବା ପିଲରରେ ଭାରସାମ୍ୟ ହରାଇ ବାଇକଟି ପିଟି ହୋଇଯାଇଥିଲା । ଫଳରେ ବାଇକ୍ ସହ ଦୁଇ ଜଣ ପୋଲ ତଳକୁ ଖସିପଡିଥିଲେ । ବାଇକ୍ରେ ବସିଥିବା ଦୁଇ ଜଣଙ୍କ ମଧ୍ୟରୁ ଶ୍ୟାମ ମୁଣ୍ଡାଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟଜଣେ ପିଣ୍ଟୁ ମୁଣ୍ଡା ଗୁରୁତର ହୋଇପଡିଥିଲେ । ଘଟଣାସ୍ଥଳକୁ ଗାଁ ଲୋକେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଦ୍ବାରା ତେଲକୋଇ ମେଡିକାଲକୁ ପଠାଇଥିଲେ । ଗୁରୁତର ପିଣ୍ଟୁ ମୁଣ୍ଡାଙ୍କ ଅବସ୍ଥା ଅଧିକ ଖରାପ ଯୋଗୁଁ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।