ଚୂନପଥର ଖଣିରେ ଅଘଟଣ : ମାଟି ଅତଡା ଖସି ଜଣେ ମୃତ, ଜଣେ ଆହତ

Published By : Prameya-News7 Bureau | February 06, 2020 IST

ରାଉରକେଲା ୬।୨: ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକର ହାତୀବାରିରେ ଥିବା ଘରୋଇ କମ୍ପାନୀର ଅବ୍ୟବହୃତ ଚୂନପଥର ଖଣିରେ ଅଘଟଣ ଘଟିଛି । ପରିତ୍ୟକ୍ତ ଚୂନପଥର ଖଣିରୁ ମାଟି ଅତଡା ଖସି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଛନ୍ତି । ମୃତକ ହେଉଛନ୍ତି ସଦାନନ୍ଦ ସୁରିନ। ତାଙ୍କ ବୟସ ୨୦ବର୍ଷ । ଆହତ ଅରବିନ୍ଦ ଲୁଗୁନଙ୍କୁ ହାତୀବାରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":220930,"sizeSlug":"large"}

ସୂଚନାଯୋଗ୍ୟ ଯେ, ହାତୀବାରିରେ ଥିବା ଚୂନପଥର ଖଣିଟି ବହୁତ ଦିନ ହେବ ଅବ୍ୟବହୃତ ହୋଇ ପଡ଼ିଛି । ସେଠାରୁ ସ୍ଥାନୀୟ ଲୋକେମାନେ ଚୂନପଥର ଗୁଣ୍ଡ ନେଇଥାନ୍ତି । ଆଜି ସଦାନନ୍ଦ ଓ ଅରବିନ୍ଦ ଚୂନ ପଥର ନେବା ପାଇଁ ଆସିଥିଲେ । ଚୂନ ପଥର ନେବାବେଳେ ଦୁଇ ଜଣଙ୍କ ଉପରେ ମାଟି ଅତଡ଼ା ଖସି ପଡ଼ିଥିଲା ।

{"id":220931,"sizeSlug":"large"}

ଗୁରୁତର ଅବସ୍ଥାରେ ଉଭୟଙ୍କୁ ହାତୀବାରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ  ସେଠାରେ ଡାକ୍ତର ନଥିବାରୁ ପ୍ରାୟ  ଏକ ଘଣ୍ଟା ପର୍ଯ୍ୟନ୍ତଳ ଉଭୟ ପଡ଼ିରହିଥିଲେ । ଏହାପରେ ସଦାନନ୍ଦଙ୍କ ମୁତ୍ୟୁ ଘଟିଥିଲା । ଏହି ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଛି।  ସ୍ଥାନୀୟ ଲୋକେ ହସ୍ପିଟାଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଥିଲେ । କୌଣସି ଅଘଟଣ ଆଶଙ୍କାରେ ଡାକ୍ତରଖାନାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.