ବର୍ଷା ହେଲା କାଳ : କାନ୍ଥ ପଡି ମାଆ ମୃତ, ଝିଅ ଗୁରୁତର

Published By : Prameya-News7 Bureau | August 26, 2020 IST

ମୟୁରଭଞ୍ଜ ୨୬।୦୮: ଦାଉ ସାଜିଲା ଲଗାଣ ବର୍ଷା । ମୃତ୍ୟୁ ବି ଏମିତି ଆସେ । ରାତିରେ ଖାଇ ସାରି ଶୋଇଥିଲେ , ତାପର ଦିନର ସକାଳ ଦେଖିବା ପୂର୍ବରୁ ଆଖିବୁଜିଦେଲ ମହିଳା । ଭୁଷୁଡିଲା ଘରର କାନ୍ଥ, ଚାଲିଗଲା ଜୀବନ । ଲଗାଣ ବର୍ଷାରେ ଭୁଶୁଡିଲା ଘରର କାନ୍ଥ। ଅଘଟଣରେ ମାଆଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଥିବା ଜଣାପଡିଛି । ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ମହୁଳିଆଶୁଳି ଗାଁର ଅଘଟଣ।

{"id":320193,"sizeSlug":"large"}

ସୂଚନାଯୋଗ୍ୟ ଯେ, କିଛି ଦିନ ହେଲା ବର୍ଷା ଲାଗିରହିଛି । ତେବେ ଲଗାଣ ବର୍ଷାରେ ଭୋର ୪ ଟା ସମୟରେ ଘର କାନ୍ଥ ପଡିଯାଇଥିଲ। ଘଟଣା ସ୍ଥଳରେ ମାଆ ନନ୍ଦିନୀ ମୁଣ୍ଡାର ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ହୋଇଥିଲା । ତେବେ ଝିଅଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କରଞ୍ଜିଆ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

{"id":320194,"sizeSlug":"large"}

ପରେ ତାଙ୍କୁ କେନ୍ଦୁଝର ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ସେପଟେ ମୟୁରଭଞ୍ଜ ଜିଲ୍ଲା ଶ୍ରୁକୁଳି ବ୍ଲକ ଖିଚିଂ ଗାଁରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି ।  ମୃତ ଯୁବକ ଜଣକ ହେଉଛନ୍ତି ଶ୍ରୁକୁଳି ବ୍ଲକ ଖିଚିଂ ଗାଁ ର ତାପେଶ୍ୱର ନାଏକ । ଗାଡି ଧୋଇବା ପାଇଁ ଗାଁ ନିକଟସ୍ଥ କଣ୍ଟାଖଇରୀ ନଈକୁ ଯାଇଥିବା ସମୟରେ ଘଟିଛି ଅଘଟଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.