ବାଣୀବିହାର କ୍ୟାମ୍ପସରେ ଅଘଟଣ, ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବକଙ୍କ ମୃତଦେହ
25/05/2023 at 11:34 AM

ଭୁବନେଶ୍ବର ୨୫।୦୫ : ଭୁବନେଶ୍ୱର ବାଣୀବିହାର କ୍ୟାମ୍ପସରେ ଅଘଟଣ । ଝୁଲନ୍ତା ଅବସ୍ଥାରେ କ୍ୟାମ୍ପସ ଭିତରୁ ଯୁବକଙ୍କ ମୃତଦେହ ଠାବ ହୋଇଛି । ଏବେ ଯାଏଁ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଗୁରୁବାର ଦିନ ସକାଳ ସମୟରେ ବାଣୀବିହାର କ୍ୟାମ୍ପସ ଭିତରେ ଜଣେ ଯୁବକଙ୍କୁ ଝୁଲନ୍ତା ମୃତଦେହ ଠାବ ହୋଇଥିଲା । ଗଛରେ ଗାମୁଛା ସହ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା । ଏନେଇ କିଛି ସ୍ପଷ୍ଟ ହୋଇନାହିଁ ।
ଏପରିକି କେହି ହତ୍ୟା କରି ଗଛରେ ଝୁଲାଇ ଦେଇଥିବା ଅନୁମାନ କରାଯାଉଛି । ସେପଟେ ଖବର ପାଇ ସହିଦନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି କରିଛି । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ନେଇପାରେ ପୋଲିସ ।