ଗାଁରେ ହାତୀପଲଙ୍କ ଉପଦ୍ରବ, ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ
24/12/2022 at 8:59 AM
ଉମରକୋଟ ୨୪।୧୨ : ବୃଦ୍ଧଙ୍କୁ ଦଳି ମାରିଦେଲା ହାତୀ । ମୃତକଙ୍କ ନାମ କେଜୁ ଗଣ୍ଡ (୬୦ ବର୍ଷ) ବୋଲି ଜଣାପଡିଛି । ନବରଙ୍ଗପୁର ଜିଲ୍ଲା ରାଇଘର ହାଟଭରଣ୍ଡି ପଞ୍ଚାୟତ ସିଉନାପାଲି ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।
ଖବର ଅନୁଯାୟୀ, ସିଉନାପାଲି ଗାଁରେ ଶୁକ୍ରବାର ରାତିରେ ଛତିଶଗଡି ହାତୀ ପଲ ପଶି ଆତଙ୍କ ଖେଳାଇଛନ୍ତି । ଏହି ସମୟରେ ଗାଁରେ ୬୦ ବୃର୍ଷୀୟ ବୃଦ୍ଧ କେଜୁ ଗଣ୍ଡଙ୍କୁ ଦଳି ମାରି ଦେଇଛନ୍ତି । ଘଟଣାସ୍ଥଳରେ କେଜୁ ଗଣ୍ଡଙ୍କ ମୃତ୍ୟୁ ହୋଇଯାଇଥିଲା । ସେପଟେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
Related Posts
ବୋଲେରୋ ଓ ଅଟୋ ମୁହାଁମୁହିଁ ଧକ୍କା, ୩ ମୃତ ଓ ୩ ଗୁରୁତର
28 January 2023