କାଳ ହେଲା ଲଗାଣ ବର୍ଷା : କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର
21/08/2022 at 1:13 PM

ଉଦଳା ୨୧।୦୮: କାଳ ହେଲା ଲଗାଣ ବର୍ଷା । ଘରର କାନ୍ଥ ପଡି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭେଜଡିହା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ଭେଜଡିହା ଗାଁରେ ଘାସିରାମ ମହାକୁଡ଼ ଏବଂ ତାଙ୍କ ସ୍ତ୍ରୀ ଘରେ ଶୋଇଥିଲେ । ତେବେ ଲଗାଣ ବର୍ଷା କାରଣରୁ ମାଟ ଘରର ଏକ କାନ୍ଥ ହଠାତ୍ ଭୁଶୁଡିପଡିଥିଲା । ଯାହାଫଳରେ ସ୍ୱାମୀ ଓ ସ୍ତ୍ରୀ ତଳେ ଚାପି ହୋଇଯାଇଥିଲେ । ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ଅଛନ୍ତି । ଘାସିରାମଙ୍କ ଛାତି ଓ ଶରୀରରେ ଗଭୀର ଆଘାତ ଲାଗିଛି ।
Related Posts
ଗଛରେ ଝୁଲୁଛି ମୃତଦେହ, ମୃତକଙ୍କ ପରିଚୟ ଓ ମୃତ୍ୟୁର କାରଣ ଅସ୍ପଷ୍ଟ
29 January 2023
ଯୁବକଙ୍କ ଗଳିତ ମୃତଦେହ ଠାବ, ପୋଲିସ କରୁଛି ତଦନ୍ତ
29 January 2023