ନିଖୋଜ ଥିଲେ ପ୍ରମୋଦ, ଶ୍ୱଶୁର ଘର ଗାଁ ନିକଟ ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ

Published By : Prameya-News7 Bureau | April 11, 2022 IST

ତେଲକୋଇ ୧୧।୦୪ : ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ହେଲେ ତେଲକୋଇ ପାଟଖଳି ଗାଁର ପ୍ରମୋଦ କୁମାର ନାୟକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପ୍ରମୋଦ ପାଟଖଳି ଗାଁର ଭୋଳେଶ୍ବର ଦଣ୍ଡପାଟଙ୍କ ସାନଝିଅକୁ ବାହାହୋଇ ଘରଜ୍ବାଇଁ ଭାବେ ଶ୍ୱଶୁର ଘରେ ରହିଆସୁଥିଲେ । କିନ୍ତୁ ରବିବାର ଦିନ ୪ଟା ଠାରୁ ସେ କେଉଁଆଡ଼େ ନିଖୋଜ ହୋଇଯାଇ ଥିଲେ । ବହୁ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତାମିଳିନଥିଲା । ଶେଷରେ ଶ୍ୱଶୁର ଭୋଳେଶ୍ୱର ଜଙ୍ଗଲକୁ ଯାଇ ଖୋଜାଖୋଜି କରୁଥିଲେ । ହଠାତ୍‌ ସେଠାରେ ଏକ ଗଛରେ ପ୍ରମୋଦଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ପାଇଥିଲା । ପରେ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ମେଡିକାଲକୁ ପଠାଇଛି । ଏବେ ଯାଏଁ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.