ଆମ୍ବବଗିଚାକୁ ଯାଇଥିଲେ, ମହିଳାଙ୍କୁ କଚାଡି ମାରିଲା ଦନ୍ତା
25/05/2023 at 7:50 AM

ତେଲକୋଇ ୨୫।୦୫: ମହିଳାଙ୍କୁ କଚାଡି ମାରିଲା ଦନ୍ତା । ଆମ୍ବବଗିଚାକୁ ଯାଇଥିବା ବେଳେ ହାତୀ ସାମ୍ନାରେ ପଡିଯାଇଥିଲେ ମହିଳା । କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଅଧିନ ବନବିହାରୀପୁର ଗାଁର ଘଟଣା।
ଖବର ଅନୁଯାୟୀ, ଗୁରୁବାର ସକାଳୁ ଗାଁର ଦ୍ରୌପଦୀ ନାୟକ ନିଜ ଆମ୍ବ ବଗିଚାକୁ ଯାଇଥିବା ବେଳେ ଦନ୍ତା ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା। ଶୁଣ୍ଢରେ ଧରିନେଇ କଚାଡି ଦେଇଥିଲା। ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଆମ୍ବ ଗୋଟାଇବାକୁ ଯାଇଥିବା ଗାଁର ଅନ୍ୟଲୋକମାନେ ପାଟି କରିବା ଫଳରେ ହାତୀ ତାଙ୍କୁ ଛାଡି ପଳାଇଥିଲା।
ପରେ ସ୍ଥାନୀୟ ଲୋକେ ଗୁରୁତର ଦ୍ରୌପଦୀଙ୍କୁ ଗାଁକୁ ନେଇ ଆସିଥିଲେ। ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ କରଥିଲେ ଏବଂ ବନବିଭାଗକୁ ଜଣାଇଥିଲେ। ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚି ଦ୍ରୌପଦୀଙ୍କୁ ମେଡିକାଲ ଆଣିଥିଲା। ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।