Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଗାଧୋଇବାକୁ ଯାଇଥିଲେ ନିଖୋଜ, ୧୨ ଘଣ୍ଟା ପରେ ମିଳିଲା ମୃତଦେହ

9/03/2023 at 2:09 PM

ତେଲକୋଇ ୦୯।୦୩ : ହୋଲି ହେଲା କାଳ କାଳ । ପୋଖରୀରେ ବୁଡି ବୃଦ୍ଧ ମୃତ । ଗୋଟିଏ ଦିନ ପରେ ମିଳିଲା ବୃଦ୍ଧଙ୍କ ମୃତଦେହ । କେନ୍ଦୁଝର ଜିଲ୍ଲା ଟୁଙ୍ଗୁରୁବାହାଳ ଗାଁର ପୀତାମ୍ବର ପଲେଇଙ୍କ ମୃତ୍ୟୁ ହୋଇଛି ।

ଖବର ଅନୁଯାୟୀ, ବୁଧବାର ଦିନ ହୋଲି ଖେଳ ସାରି ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ବୃଦ୍ଧ ପୀତାମ୍ବର । ହେଲେ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ କୌଣସି ପତ୍ତା ପାଇନଥିଲେ । ପୋଖରୀରେ ବୁଡି ଯାଇଥିବା ସନ୍ଦେହ କରି ଅଗ୍ନିଶମ ବାହିନୀ ଓ ପୋଲିସକୁ ନିଖୋଜ ନେଇ ଖବର ଦେଇଥିଲେ । ଗୁରୁବାର ଦିନ ପୋଖରୀରେ ଅଗ୍ନିଶମ ବାହିନୀ ଖୋଜିବା ପରେ ବୃଦ୍ଧଙ୍କ ମୃତଦେହ ମିଳିଥିଲା । ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ତେଲକୋଇ ମେଡିକାଲକୁ ପଠାଯାଇଛି ।

   Related Posts