ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ, କାରଣ ଖୋଜୁଛି ପୋଲିସ
7/02/2023 at 2:09 PM

ତେଲକୋଇ ୦୭।୦୨ : ମହୁଲ ଗଛରୁ ମିଳିଲା ଯୁବତୀଙ୍କ ମୃତଦେହ । ମୃତକଙ୍କ ନାମ ଯମୁନା ପୂର୍ତ୍ତି ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ବଳଭଦ୍ରପୁର ପଞ୍ଚାୟତ ନୂଆଗାଁର ଲକ୍ଷ୍ମଣ ପୂର୍ତ୍ତିଙ୍କ ଝିଅ ବୋଲି ସୂଚନା ରହିଛି ।
ଖବର ଅନୁଯାୟୀ, ପଡୋଶୀଲୋକେ ଗାଧୋଇବା ପାଇଁ ଯିବା ବେଳେ ଶିଆରିମାଳିଆ ଜମିରେ ଥିବା ଏକ ମହୁଲ ଗଛରେ ମୃତଦେହ ଝୁଲୁଥିବାର ଦେଖିଥିଲେ । ଏହାପରେ ତୁରନ୍ତ ପରିବାର ଲୋକେ ଏବଂ ପୋଲିସକୁ ଖବର ଦେଇଥିଲେ । ଉଭୟ ପରିବାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।
ତେବେ ଏହି ହତ୍ୟା ନା ଆତ୍ମହତ୍ୟା । ସେନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍ ଟିମ୍ର ବି ସହଯୋଗ ନେଇପାରେ ପୋଲିସ ।
Related Posts
କେନାଲକୁ ଖସିଲା ବରଯାତ୍ରୀ ଗାଡ଼ି, ଚାଲିଗଲା ୭ ଜଣକ ଜୀବନ
31 March 2023