ହାତୀ ଭୟରେ କାନ୍ଧରୁ ଖସିଗଲା କାଠ, ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ

Published By : Prameya-News7 Bureau | December 01, 2022 IST

ତେଲକୋଇ ୦୧।୧୨ :  ହାତୀ ଭୟରେ କାଠ ପକାଇଦେଲେ ସ୍ୱାମୀ । ସ୍ତ୍ରୀ ମୁଣ୍ଡରେ ପଡି ଚାଲିଗଲା ଜୀବନ । କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ୍‌ ପୁରୁଷୋତ୍ତମପୁର ଗାଁ ଭୁଦେଇବେରେଣା ସାହିରେ ଦେଖିବାକୁ ମିଳିଛି ଏମିତି କିଛି ଘଟଣା ।

ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ରାଜେଶ ମୁଣ୍ଡା ଓ ସ୍ତ୍ରୀ ଜେମା ମୁଣ୍ଡା ଜାଳେଣୀ କାଠ ପାଇଁ  ଗାଁ ନିକଟ ଜଙ୍ଗଲକୁ ଯାଇଥିଲେ । କାଠ ନେଇ ଘରକୁ ଫେରୁଥିବା ରାସ୍ତାକଡ଼ରେ ହାତୀ ହାତୀ ଦେଖିଥିଲେ । ହାତୀର ଗର୍ଜନରେ ଚମକି ପଡିଥିଲେ ରାଜେଶ । ଭୟରେ ରାଜେଶ କାନ୍ଧରୁ କାଠକୁ ପକାଇ ଦେଇଥିଲେ । ପଛରେ ଆସୁଥିବା ସ୍ତ୍ରୀ ଜେମା ମୁଣ୍ଡାଙ୍କ ମୁଣ୍ଡରେ କାଠଟି ପଡିଯାଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା ।

ତେବେ ଘଟଣାଟି ବୁଧବାର ସକାଳ ୯ଟାରୁ ଘଟିଥିଲେ ମଧ୍ୟ ପୋଲିସ ପାଖରେ କୌଣସି ଖବର ନଥିଲା । ସେପଟେ ବନବିଭାଗ ବନବିଭାଗ ମଧ୍ୟ ଘଟଣା ସ୍ଥଳକୁ ଯାଇଥିଲେ ମଧ୍ୟ ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇନଥିଲେ। ଯାହା ଘଟଣାକୁ ସନ୍ଦେହ ଘେରକୁ ଟାଣିନେଇଛି। ଗୁରୁବାର ସକାଳୁ ଶବକୁ ସାହି ଲୋକଙ୍କ ସହାୟତାରେ ପୋଡି ଦେଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.