ଟେଣ୍ଟ ବାନ୍ଧୁଥିବା ବେଳେ ତଳକୁ ପଡିଗଲେ ଡ୍ରାଇଭର, ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର

Published By : Prameya-News7 Bureau | October 16, 2022 IST

ତେଲକୋଇ ୧୬।୧୦ : ମୃତ୍ୟୁ ବି ଏମିତି ଆସେ । ଟେଣ୍ଟ ଉପରୁ ପଡ଼ି ଡ୍ରାଇଭର ମୃତ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଆକୁଳ ଗାଁରେ ଏଭଳି ଘଟଣା ସାମ୍ନାକୁ ଆସିଛି । ମୃତକ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଭୁଲୁକା ଗାଁର ରବିଚନ୍ଦ୍ର ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଇନ୍ଦ୍ରଭୂବନ ଯାତ୍ରାପାର୍ଟିରେ ଆକୁଳ ଗାଁରେ ଯାତ୍ରା ପରିବେଷଣ ପାଇଁ ରାତି ପ୍ରାୟ ୧୦ଟା ବେଳେ ଟେଣ୍ଟ ଗାଡିର ଡ୍ରାଇଭର ରବିଚନ୍ଦ୍ର ଉପରେ ଚଢ଼ି ଟେଣ୍ଟ କାମ କରୁଥିଲେ। କୌଣସି କାରଣରୁ ଟେଣ୍ଟ ଉପରୁ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରି ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.