ମାଇନ୍ସ ଆଗରେ ଅଘଟଣ, ହାଇଓ୍ୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର

Published By : Prameya-News7 Bureau | August 20, 2022 IST

ସୁନ୍ଦରଗଡ଼ ୨୦।୦୮: ହାଇଓ୍ୱା ସହ ଜୀଅନ୍ତା ଜଳିଗଲେ ଡ୍ରାଇଭର । ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଘଟିଛି ଏହି ଅଭାବନୀୟ ଘଟଣା । ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ସୁନ୍ଦରଗଡ଼ ଟେନ୍ସା ଗୀତାରାଣୀ ମାଇନ୍ସ ସମ୍ମୁଖରେ ଏକ ହାଇଓ୍ୱା ବର୍ଷା ଲାଗି ଛିଡା ହୋଇଥିଲା । ଡ୍ରାଇଭର ଗାଡିର ଡାଲା ଟେକି ଶୋଇପଡିଥିଲେ । ପଛରେ ଥିବା ତାର ଡାଲା ସଂସ୍ପର୍ଶରେ ଆସିଯାଇଥିଲା । ଯାହାଫଳରେ ଗାଡିରେ ନିଆଁ ଲାଗିଯାଇଥିଲା । ତେବେ ଗାଡିରେ ନିଆଁ ଲଗାବି ଦ୍ୱାରା ଡ୍ରାଇଭର ଜୀଅନ୍ତା ପୋଡି ମୃତ୍ୟୁ ହୋଇଛି । ଟ୍ରକଟି କେନ୍ଦୁଝର ଯୋଡ଼ା ଅଞ୍ଚଳରେ ହୋଇଥିବା ବେଳେ ଡ୍ରାଇଭରଙ୍କ ପରିଚୟ ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.