ଫୁଲ୍‌ ତୋଲିବାକୁ ଯାଇଥିଲେ, ଟ୍ରେନ୍‌ ଧକ୍କାରେ ଚାଲିଗଲା ଜୀବନ

Published By : Prameya-News7 Bureau | October 10, 2021 IST

ସୁନ୍ଦରଗଡ଼ ୧୦।୧୦: ଫୁଲ ତୋଲିବା ହେଲା କାଳ । ଟ୍ରେନ୍‌ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ସୁନ୍ଦରଗଡ଼ ରାଜଗାଙ୍ଗପୁର ରେଳ ଧାରଣା ନିକଟରେ ଘଟିଛି ଅଘଟଣ । ଘଟଣାସ୍ଥଳର ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଆଜି ଭୋର ସମୟରେ ରାଜଗାଙ୍ଗପୁର ଷ୍ଟେସନ ପଡ଼ାର ଗୌରାଙ୍ଗ ଘୋଷ , ବୟସ ୭୫ ବର୍ଷ ଫୁଲ୍‌ ତୋଲିବାକୁ ଯାଇଥିଲେ । ଠିକ୍‌ ଏହି ସମୟରେ ଏକ ଟ୍ରେନ୍‌ ତାଙ୍କୁ ଧକ୍କା ଦେଇଥିଲା । ଯାହାଫଳରେ ରେଳ ଧାରଣାରୁ ତାଙ୍କ ମୃତଦେହ ଠାବ ହୋଇଛି । ପୋଲିସ ଘଟଣାସ୍ଥଳର ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.