ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, ବଜାରରୁ ଘରକୁ ଫେରିବା ବେଳେ ଅଘଟଣ
5/09/2022 at 8:51 AM

ସୋର ୦୫।୦୯ : ବ୍ୟାଙ୍କ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ। ବାଲେଶ୍ବର ଔପଦା ବ୍ଲକ ଫତେପୁର ସ୍ଥିତ ଷ୍ଟେଟ ବ୍ୟାଙ୍କ୍ ଶାଖାର କିରାଣୀ ଅନିରୁଦ୍ଧ ମହାନ୍ତିଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଛି।
ଖବର ଅନୁଯାୟୀ, ରବିବାର ସନ୍ଧ୍ୟାରେ ସେ ସ୍ଥାନୀୟ ଵଜାରୁ ଫତେପୁର ଡିମିରଚୁଆରେ ରହୁଥିବା ଭଡ଼ାଘରକୁ ଫେରୁଥିଲେ। ଫେରିବା ଵେଳେ ସେ ପୋଖରୀରେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ଖଇରା ମେଡ଼ିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଘର ବାଲେଶ୍ଵର ଜିଲ୍ଲା ବଇଁଚା ଗାଁରେ ହୋଇଥିବା ଵେଳେ ସେ ଫତେପୁର ଠାରେ ଭଡ଼ା ଘର ନେଇ ରହୁଥିଲେ । ହେଲେ ବଜାରରୁ ଫେରୁଥିବା ବେଳେ ସେ କେମିତି ପୋଖରୀରେ ବୁଡିଲେ ସେ ନେଇ ପ୍ରଶ୍ନ ଉଠୁଛି। ତାଙ୍କର ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023