ଦୁଇ ଦିନ ଧରି ଧରି ନିଖୋଜ ଥିଲେ ସେବକ, ଗାଁ ମୁଣ୍ଡରୁ ମିଳିଲା ମୃତଦେହ

Published By : Prameya-News7 Bureau | May 14, 2023 IST

ସୋନପୁର ୧୪।୦୫ : ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଯୁବକଙ୍କୁ ହତ୍ୟା । ମୃତ ଯୁବକ ଜଣଙ୍କ ହେଲେ ରୁଗୁଡିପାଲି ଗାଁର ସେବକ ଜଗଦଲା । ବୀରମହାରାଜପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

{"id":786388,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଗତ ଦୁଇ ଦିନ ହେଲା ସେବକ ଦଣ୍ଡଯାତ୍ରା ଦେଖିବାକୁ ଯାଇଥିଲା । ହେଲେ ଆଉ ଫେରିନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ସେବକଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ଶନିବାର ସେବକଙ୍କ ମୃତଦେହ ଗାଁ ମୁଣ୍ଡରେ ପଡିଥିବାର ଖବର ମିଳିଥିଲା ।  ମୃତ ସେବକଙ୍କ ମୁଣ୍ଡ ପଛ ପଟେ ଆଘାତ ଲାଗିଥିବାରୁ ତାଙ୍କୁ ହତ୍ୟା କରାଯାଇଥିଲା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି । ଏନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ଆଧାରରେ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ ।

{"id":786389,"sizeSlug":"full","linkDestination":"none"}

ସେପଟେ ମୃତ ସେବକଙ୍କ ଶବକୁ ପରିବାର ଓ ସମ୍ପର୍କୀୟ ଗାଁ ମୁଣ୍ଡ ନାଳରେ ପୋତି ଦେଇଥିବା ବେଳେ ଶନିବାରଠୁ ପୋଲିସ ସେଠାରେ ଜଗିରହିଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ପୋଷ୍ଟମର୍ଟମ କରାଯିବ । ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । କିନ୍ତୁ ପୋଲିସ ପକ୍ଷରୁ ଏନେଇ ସୂଚନା ମିଳିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.