ଦନ୍ତା ନେଇଗଲା ଜୀବନ, ଜଙ୍ଗଲରେ ଜଣଙ୍କୁ ଦଳିଦେଲା ହାତୀ

Published By : Prameya-News7 Bureau | December 23, 2022 IST

ସୋନପୁର ୨୩।୧୨ :  ଦନ୍ତା ହାତୀ ଉତ୍ପାତ । ଜଣଙ୍କୁ ଦଳି ମାରିଦେଲା ଦନ୍ତା ହାତୀ । ମୃତକ ଶୁଖିଲାସର ଗାଁର ହର ରଣା ବୋଲି ଜଣାପଡିଛି । ସୋନପୁର ଜିଲ୍ଲା ତରଭା ବ୍ଲକ କୁମ୍ଭାରମୁଣ୍ଡା ସେକ୍ସନ ଜଙ୍ଗଲରେ ଘଟିଛି ଏହି ଘଟଣା ।

ଖବର ଅନୁଯାୟୀ, ହର ରଣା ଗୁରୁବାର ବିଳମ୍ବିତ ରାତିରେ ଧାନ ବିଲରେ ଧାନ ଜଗିବାକୁ ଯାଇଥିଲେ । ଏହି ସମୟରେ କୁମାରମୁଣ୍ଡ ସେକ୍ସନରେ ଏକ ଦନ୍ତା ହାତୀ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ ହାତୀଟି ହର ରଣାଙ୍କୁ ଦଳି ମାରିଦେଇଛନ୍ତି । ସେପଟେ ମୃତ୍ୟୁ ସଂପର୍କରେ ସୂଚନା ପାଇ ବନ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି ।

ତେବେ କୁମାରମୁଣ୍ଡା ଅଞ୍ଚଳରେ କିଛି ଦିନ ହେଲା ହାତୀ ପଲ ରହିଆସିଛନ୍ତି । ଏହି ଅଞ୍ଚଳରେ ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି । ଯାହାଫଳରେ ଆଖପାଖ ଲୋକେ ଭୟରେ ଜୀବନ ବିତାଉଛନ୍ତି । ଆଉ ଏସବୁ ଭିତରେ ହର ରଣାଙ୍କ ଜୀବନ ଚାଲିଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.