ଦୁଇ ଦିନ ପରେ ମିଳିଲା ମୀନକେତନଙ୍କ ମୃତଦେହ, ଡ୍ୟାମ୍‌ରେ ବୁଡି ଥିଲେ ନିଖୋଜ

Published By : Prameya-News7 Bureau | August 11, 2022 IST

ଖଲ୍ଲିକୋଟ ୧୧।୦୮: ଦୁଇ ଦିନ ପରେ ମିଳିଲା ମୃତଦେହ । ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡ଼ଶଙ୍ଖ ନିକଟରୁ ଜଣଙ୍କ ମୃତଦେହ ଠାବ ହୋଇଛି । ମୃତକଙ୍କ ନାମ ମୀନକେତନ ମହାରଣା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ଦିନ ୫ଜଣ ସାଙ୍ଗଙ୍କ ସହ ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ସରଭୀମପୁରରେ ଥିବା ଡ୍ୟାମ୍‌କୁ ବୁଲିବାକୁ ଆସିଥିଲେ । ସେଠାରେ ସମସ୍ତ ଗାଧୋଉଥିବା ବେଳେ ମୀନକେତନଙ୍କ ଗୋଡ ଖସିଯାଇଥିଲା । ଯାହାଫଳରେ ସେ ପାଣିରେ ବୁଡି ନିଖୋ ହୋଇଯାଇଥିଲେ । ଏପିରିକି ସାଥୀମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟ କରିଥିଲେ ମଧ୍ୟ ପାଣିର ପ୍ରଖର ସ୍ରୋତରେ ଏହା ସମ୍ଭବ ହୋଇପାରିନଥିଲା । ପରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍ ଟିମ୍‌କୁ ଖବର ଦିଆଯାଇଥିଲା । ଉଭୟ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ ବି ଦୁଇ ଦିନ ହେବ ମୀନକେତନଙ୍କ କୌଣସି ପତ୍ତାମିଳିନଥିଲା । ଗୁରୁବାର ଅନ୍ୟ ଏକ ସ୍ଥାନ (ବଡ଼ଶଙ୍ଖ)ରେ ଭାସୁଥିବାର ଦେଖି ଓଡ୍ରାଫ ଟିମ୍‌କୁ ଖବର ଦେଇଥିଲେ ଲୋକେ । ଏହାପରେ ଓଡ୍ରାଫ୍ ଟିମ୍ ପହଞ୍ଚି ତାଙ୍କ ମୃତଦେହକୁ ଜବତ କରିଥିଲା ।

ତେବେ ମିଳିଥିବା ତଥ୍ୟ ଅନୁସାରେ, ମୀନକେତନ ଛତ୍ରପୁର ସ୍ଥିତ ଡିଆରଡିଏ କାର୍ଯ୍ୟଳୟରେ ଠିକା ଭାବେ ପିଅନ ଭାବେ କାମ କରୁଥିଲେ ।  ତାଙ୍କ ଘର ଛତ୍ରପୁର ଦେବୀନଗର ପୋଲିସ । ଏବେ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.