ଘରୋଇ କଳିରୁ ସର୍ବନାଶ ! ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ
1/07/2022 at 11:01 AM

ସମ୍ବଲପୁର ୦୧।୦୭: ସମ୍ବଲପୁର ଚିପିଲିମା ଫୁଟବଲ ଫିଲ୍ଡ ହରିଜନ ପଡାରେ ବିଭତ୍ସ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ମୃତକ ଜଣକ ହେଲେ ମୀନତି ବନଛୋର ।
ଖବର ଅନୁଯାୟୀ, କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ବାମୀ ଧିରେନ ଉତ୍ୟକ୍ତ ହୋଇ ଏକ ବଡ ବାଡିରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମିନତୀ ଅଭିଯୁକ୍ତ ଧିରେନ ବନଛୋରର ତୃତୀୟ ସ୍ତ୍ରୀ ବୋଲି ଜଣା ପଡିଛି । ଅଭିଯୁକ୍ତକୁ ଚିପିଲିମା ପୋଲିସ ଗିରଫ କରିଛି । ଚିପିଲିମା ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି ।
Related Posts
ଘର ଉପରେ ଖସି ପଡ଼ିଲା ବିରାଟ ଗଛ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
12 August 2022
ନୋରଡ଼ ଗାଁରେ ଅଗ୍ନିକାଣ୍ଡ, ୭ ଗୋରୁ ଜୀବନ୍ତ ଦଗ୍ଧ
12 August 2022