ମର୍ଣ୍ଣିଂ ଓ୍ୱାର୍କ ବେଳେ ମାଡିଗଲା ଟ୍ରକ, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ

Published By : Prameya-News7 Bureau | March 12, 2022 IST

ସମ୍ବଲପୁର ୧୨।୦୩ : ସମ୍ବଲପୁର ସାକ୍ଷୀପଡ଼ା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମର୍ଣ୍ଣିଂ ଓ୍ୱାର୍କ ବେଳେ ବରିଷ୍ଠ ଆଇନଜୀବୀଙ୍କ ଉପରେ ମାଡ଼ିଗଲା ଟ୍ରକ । ଘଟଣାସ୍ଥଳରେ ଆଇନଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ଆଇନଜୀବୀଙ୍କ ନାମ ଉମେଶ ପ୍ରଧାନ ବୋଲି ଜଣାପଡିଛି । ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି ।

{"id":598812,"sizeSlug":"full","linkDestination":"none"}

ଖବର ଅନୁଯାୟୀ,  ପ୍ରତ୍ୟେକ ଦିନ ପରି ଆଜି ବି ଶ୍ରୀଯୁକ୍ତ ପ୍ରଧାନ ପ୍ରାତଃ ଭ୍ରମଣ କରିବା ପାଇଁ ବାହାରିଥିଲେ । ସକାଳ ୬:୪୫ ସମୟରେ ଅଇଁଠାପାଲି ପଟୁ ଦୃତ ଗତିରେ ଆସୁଥିବା ଅଙ୍ଗୁର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବରିଷ୍ଠ ଆଇନଜୀବୀ ଉମେଶ ଚନ୍ଦ୍ର ପ୍ରଧାନଙ୍କ ମୃତ୍ୟ ହୋଇଛି । ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟଲୋକଙ୍କ ପକ୍ଷରୁ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.