ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

କେନାଲ କଡ଼ ଦେବାଲରେ ପିଟିହେଲା ବାଇକ, ଚାଲିଗଲା ଆରୋହୀଙ୍କ ଜୀବନ

15/06/2022 at 8:16 AM

ସାଲେପୁର ୧୫।୦୬ : ସଡ଼କ ଦୁର୍ଘଟଣାର ବାଇକ ଆରୋହୀ ମୃତ । କଟକ ଜିଲ୍ଲା ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ୍‌ ନିକଟରେ ଘଟିଛି ଦୁର୍ଘଟଣା । ମୃତ ଯୁବକ ହେଲେ ଜଗତପୁର ଥାନା ଆତୋଡ଼ା ଗାଁର ରାଜା ଦେହୁରୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ରାଜା ବାଇକରେ ଆସୁଥିବା ସମୟରେ ହଠାତ୍‌ ଭାରସାମ୍ୟ ହରାଇ କେନାଲ ପାର୍ଶ୍ୱରେ ଥିବା ଦେବାଲରେ ପିଟି ହୋଇଥିଲେ । ଏହା ପରେ କେନାଲ ଭିତରକୁ ଖସିପିଡିଥିବା ବେଳେ ଗାଡିଟି ଗଛରେ ଲାଗିରହିଥିଲା । ପରେ ଘଟଣାସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ସାଲେପୁର ମେଡିକାଲର ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ସେପଟେ ଘଟଣାସଂପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏହାସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

   Related Posts