ରାସ୍ତାକଡ଼ ପିଲରକୁ ପିଟିଲା ବାଇକ୍ : ଜଣେ ମୃତ, ୨ ଗୁରୁତର
11/03/2023 at 8:09 AM

ରାଉରକେଲା ୧୧।୦୩ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବଡଭୁଇଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିଲରକୁ ପିଟିଲା ବାଇକ୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।
ଖବର ଅନୁଯାୟୀ, ଲହୁଣୀପଡ଼ା ବଡ଼ ଭୁଇଁ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡ଼ ପିଲରରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଛି ।
ସେହିପରି ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ପୋଲିସକୁ ଦୁର୍ଘଟଣା ନେଇ ସୂଚନା ଦିଆଯାଇଛି । ପୋଲିସ ଘଟଣାର ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ।
Related Posts
୧୫ ମିନିଟ୍ ପବନରେ ଭାଙ୍ଗିଲା ଅନେକ ଗଛ, ଘର ଓ ଦୋକାନ କ୍ଷତିଗ୍ରସ୍ତ
27 March 2023