ପୋଲ ତଳୁ ମିଳିଲା ଅଚିହ୍ନା ଯୁବକଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

Published By : Prameya-News7 Bureau | October 16, 2022 IST

ରସୁଲପୁର ୧୬।୧୦ :  ପୋଲ ତଳୁ ଜଣେ ଅଚିହ୍ନା ଯୁବକଙ୍କ ମୃତଦେହ ଠାବ । ରସୁଲପୁର ବ୍ଲକ କୁଆଖିଆ ବଜାର ୧୬ ନମ୍ବର ଜାତୀୟ ରାଜପଥ ବାଇପାସର ଏକ ପୋଲ ତଳୁ ଏହି ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । କୁଆଖିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗତ ୪ ତାରିଖ ଦିନ କର୍ଣ୍ଣାଟକରୁ କୋଲକାତା ଯାଉଥିବା ବେଳେ ବିଜୁ ନଗର ସ୍ଥିତ ଏକ ହୋଟେଲ୍‌ରେ ୩ରୁ୪ ଜଣ ରହି ଖାଇଥିଲେ । ପରେ ସେମାନଙ୍କ ମଧ୍ୟରୁ ଭେନୁ ଗୋପାଳ ନାମକ ଜଣେ ସହଯୋଗ ଗାଡି ଚାଳକ କେଉଁ ଆଡ଼େ ପଳାଇଥିଲେ । ଏସଂପର୍କରେ ତାଙ୍କୁ ଭାଇ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ତାଙ୍କର କୌଣସି ଠିକଣା ପାଇନଥିଲେ । ଶେଷରେ ଏନେଇ  ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲ ତଳୁ ମିଳିଥିବା ମୃତଦେହ ସେହି ନିଖୋଜ ବ୍ୟକ୍ତିଙ୍କର ବୋଲି ସନ୍ଦେହ କରାଯାଉଛି । ତେଣୁ ଯିଏ ଥାନାରେ ଅଭିଯୋଗ କରିଥିଲେ । ତାଙ୍କୁ ଘଟଣାସ୍ଥଳକୁ ଡକାଯାଇଛି । ସେ ଚିହ୍ନଟ ପରେ ହିଁ ମୃତଦେହଟି କାହାର ବୋଲି ସ୍ପଷ୍ଟ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.