ଟ୍ରେନ୍‌ରେ ଚଢିଲା ବେଳେ ଅଘଟଣ, ଟ୍ରାକକୁ ଖସିପଡି ବୃଦ୍ଧା ମୃତ

Published By : Prameya-News7 Bureau | January 09, 2023 IST

ପୁରୀ ୦୯।୦୧ : ଟ୍ରେନ୍‌ରେ ଚଢିଲା ବେଳେ ଘଟିଲା ଅଘଟଣ । ପ୍ଲାଟଫର୍ମରୁ ଟ୍ରାକକୁ ଖସିପଡ଼ି ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର କୁନିମଣି ନାୟକ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ରବିବାରଠୁ ଠାକୁର ଅନୁକୂଳଚନ୍ଦ୍ରଙ୍କ ଶହେ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବାକୁ ପୁରୀ ଆସିଥିଲା । ଷ୍ଟେସନରେ ପ୍ରବଳ ଗହଳି ଓ ଠେଲାପେଲା ଯୋଗୁଁ ଏଭଳି ଘଟଣା ଘଟିଥିବା ସୂଚନା । ଅସମ୍ଭାଳ ଭିଡରେ ଠେଲା ପେଲାରେ ପୁରୀ ରେଳଷ୍ଟେସନର ୬ନଂ ପ୍ଳାଟଫର୍ମରେ ଟ୍ରେନ୍‌ ଚଢିବା ବେଳେ ଟ୍ରାକକୁ ଖସିପଡିଥିଲେ କୁନିମଣି । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ତୁରନ୍ତ ପୁରୀ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.