ପୁରୀରେ ଅଘଟଣ, ହୋଟେଲର ତିନି ମହଲା ଛାତରୁ ପଡି ପର୍ଯ୍ୟଟକ ମୃତ

Published By : Prameya-News7 Bureau | January 03, 2023 IST

ପୁରୀ ୦୩।୦୧ : ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ନୀଳାଚଳ ହୋଟେଲରେ ଅଘଟଣ । ତିନି ମହଲା ଛାତରୁ ଖସି ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ମୃତ ପର୍ଯ୍ୟଟକ ଛତିଶଗଡ଼ର ଅଶୋକ ଅଗ୍ରଓ୍ୱାଲ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ନୂତନ ବର୍ଷ ଲାଗି ଛତିଶଗଡ଼ରୁ ପୁରୀ ବୁଲିବାକୁ ଆସିଥିଲେ ଅଶୋକ ଅଗ୍ରଓ୍ୱାଲ୍‌ । ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ନୀଳାଚଳ ହୋଟେଲରେ ରହୁଥିଲେ । ହେଲେ ମଙ୍ଗଳବାର ସକାଳୁ ଘଟିଲା ଏକ ଅଘଟଣ । ତିନି ମହଲା ଉପରେ ଥିବା ବେଳେ ହଠାତ୍‌ ସେ ଛାତରୁ ଖସି ପଡିଥିଲେ । ଯାହାଫଳରେ ତାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

ଅନ୍ୟପଟେ ମୃତ୍ୟୁ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏପିରିକି କେଉଁଭଳି ପରିସ୍ଥିତିରେ ଏପରି ଅଘଟଣ ଘଟିଲା । ସେନେଇ ଖୋଳତାଡ ଜାରି ରଖିଛି ପୋଲିସ । ଆବଶ୍ୟକ ପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହଯୋଗ ନେଇପାରେ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.