ବେଳାଭୂମିରେ ଲାଗିଛି ଯୁବତୀଙ୍କ ମୃତଦେହ, ମେରାଇନ୍ ପୋଲିସ ଖୋଜୁଛି କାରଣ
26/11/2022 at 2:29 PM

ପୁରୀ ୨୬।୧୧ : ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଠାବ । ପୁରୀ-କୋଣାର୍କ ବାଲିଗୁଆଳି ବେଳାଭୂମିରୁ ମୃତଦେହ ଠାବ ହୋଇଛି । ମେରାଇନ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ବେଳଭୂମିରେ ଜଣେ ଯୁବତୀଙ୍କ ମୃତଦେହ ଲାଗିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ମେରାଇନ୍ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ତେବେ ଏବେ ଯାଏଁ ମୃତ ଯୁବତୀଙ୍କ ପରିଚୟ ମିଳିନାହିଁ । ତାଙ୍କୁ ହତ୍ୟା କରାଯାଇଛି ନା ମୃତ୍ୟୁ ପଛର ଆଉ କାରଣ କଣ । ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।
Related Posts
ବନ ବିଭାଗ ଓ ପୋଲିସର ମିଳିତ ଚଢ଼ଉ; କଲରାପତରିଆ ବାଘଛାଲ ଜବତ
1 February 2023
ବାଇକ୍ ଡିକିରୁ ଲକ୍ଷାଧିକ ଟଙ୍କା ନେଇ ଲୁଟେରା ଚମ୍ପଟ
1 February 2023