ସମୁଦ୍ର ସ୍ନାନ ହେଲା କାଳ, ଚାଲିଗଲା ଯୁବକଙ୍କ ଜୀବନ

Published By : Prameya-News7 Bureau | May 31, 2022 IST

ପୁରୀ ୩୧।୦୫: ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳେଭୂମିରେ ଅଘଟଣ । ସମୁଦ୍ରରେ ସ୍ନାନ ବେଳେ ବୁଡିଗଲେ ଯୁବକ । ଆଖି ପିଛୁଲାକେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ହେଲେ ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ରାମଚନ୍ଦ୍ର ପ୍ରଧାନ ।

ଖବର ଅନୁଯାୟୀ, ସ୍ୱାର୍ଗଦ୍ୱାର ସମ୍ମୁଖରେ ଥିବା ସମୁଦ୍ରରେ ରାମଚନ୍ଦ୍ର ସ୍ନାନ କରୁଥିଲେ । ହଠାତ୍‌ ଯୁବକ ଜଣଙ୍କୁ ବୁଡିଯାଇଥିଲେ । ତୁରନ୍ତ ରାମଚନ୍ଦ୍ରଙ୍କୁ ଲାଇଫ ଗାର୍ଡମାନେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ଘଟଣାସଂପର୍କରେ ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.