ପୁରୀ ଜେଲ୍‌ରେ ବିଚାରାଧୀନ କଏଦୀ ମୃତ, ହତ୍ୟା ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | February 07, 2021 IST

ପୁରୀ ୦୭।୦୨: ପୁରୀ ଜେଲ୍‌ରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ହେଲେ ସମୁଦ୍ରକୂଳ ଥାନା ଅଧିନ ବାଙ୍ଗିମୁହାଣର ଶ୍ରୀଧର ଦାସ , ଏବଂ ତାଙ୍କ ବୟସ ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଜାନୁଆରୀ ୧୧ତାରିଖରେ ଶ୍ରୀଧର ଜେଲ୍‌ ଯାଇଥିଲା । ତେବେ ତାଙ୍କୁ ଜେଲ୍‌ରେ ପିଟିପିଟି ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

ଜେଲ୍‌ର ଚିତରଞ୍ଜନ ସାହୁ କହିଛନ୍ତି ଯେ, ଦୁଇ ଦିନ ତଳେ ସେ ହଠାତ୍‌ ଅସୁସ୍ଥ ହୋଇପଡିଥିଲା । କିଛି ଖାଦ୍ୟ ମଧ୍ୟ ଗ୍ରହଣ କରୁନିଥିଲେ । ତେବେ ଶନିବାର ଦିନ ଦେହ ଖରାପ ହେବାରୁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ରାମଚଣ୍ଡୀ ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛଦ କରାଯାଇଛି । ଅନ୍ୟପଟେ ପରିବାର ଲୋକ ସାଙ୍ଗାତିକ ଅଭିଯୋଗ ଆଣିଛନ୍ତି । ଜେଲ୍‌ରେ ତାଙ୍କ ଭାଇଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.