ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଯାଜପୁର: ଶୌଚ ହେବାକୁ ଯାଇ ନଦୀକୁ ଡେଇଁଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ମାଲକାନଗିରିରେ କମ୍ୱିଂ ବେଳେ ପୋଲିସକୁ ସଫଳତା, ମାଓ କ୍ୟାମ୍ପ ଠାବ
  • ||

ପୁରୀ ଜେଲ୍‌ରେ କଏଦୀ ମୃତ, ହତ୍ୟା ମାମଲାରେ କାଟୁଥିଲେ ଆଜୀବନ ସଜା

30/01/2023 at 2:19 PM

ପୁରୀ ୩୦।୦୧ : ପୁରୀ ବାଙ୍ଗର ଜେଲରେ ପୁଣି ଜଣେ କଏଦୀ ମୃତ। ଦେହ ଅସୁସ୍ଥ କାରଣରୁ କଏଦୀ ଜଣଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ କଣାସ ଥାନା ଅନ୍ତର୍ଗତ ବଳାଜିତପୁରର ବିଶ୍ବନାଥ ବଳିୟାର ସିଂହ।

ଖବର ଅନୁଯାୟୀ, ଗତ ୧୬ ଜୁଲାଇ ୨୦୨୨ ରେ ଏକ ହତ୍ୟା ଘଟଣାରେ ବିଶ୍ଵନାଥଙ୍କ ସହ ୨୨ ଜଣ ଅଭିଯୁକ୍ତ ଜେଲ୍ ଯାଇଥିଲେ। ଗତ କିଛି ଦିନ ହେବ ବିଶ୍ଵନାଥଙ୍କ ଶରୀର ଅସୁସ୍ଥ ଥିଲେ । ସୋମବାର  ଗୁରୁତର ଅବସ୍ଥାରେ ତାଙ୍କୁ ଜେଲ୍ କର୍ମଚାରୀ ମାନେ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେପଟେ ଖବର ପାଇ ମୃତ କଏଦୀଙ୍କ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଥିବା ବେଳେ ପେଟ ଯନ୍ତ୍ରଣା ଯୋଗୁଁ ବିଶ୍ଵନାଥଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଝିଅ କହିଛନ୍ତି। ତେବେ ଗାଁରେ ଗଛକଟା ଘଟଣାକୁ କେନ୍ଦ୍ରକରି ବିଶ୍ଵନାଥଙ୍କ ସହ ୨୨ ଜଣ ମିଶି ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ। ପୁରୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଗତ ୬ ମାସ ହେବ ବିଶ୍ଵନାଥ ପେଟରେ ଯନ୍ତ୍ରଣା ପୀଡ଼ିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। 

   Related Posts