ପଟ୍ଟାମୁଣ୍ଡାଇ ୧୮।୨: ଘରୋଇ କଳହକୁ ନେଇ ହତ୍ୟାକାଣ୍ଡ । ଦାଦା ମାଡରେ ପୁତୁରାଙ୍କର ମୃତ୍ୟୁ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ବକ୍ତାରପୁର ଗ୍ରାମରେ ।
ଗତ ରବିବାର ଦିନ ସେହି ଗ୍ରାମର ତ୍ରିଲୋଚନ ମହାଳିକ ଓ ଦାଦା ବିପିନ ମହାଳିକ ଓ ଅନ୍ୟ ଚାରି ଦାଦାଙ୍କ ସହ ଘରୋଇ କଳିକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ପୁତୁରା ତ୍ରିଲୋଚନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଓ ପରେ କଟକ ନେଇଯାଇଥିଲେ ତେବେ ଆଜି କଟକରୁ ଫେରିବା ପରେ ଆଜି ପୁଣି ଆକ୍ରମଣ କରିବାରୁ ତ୍ରିଲୋଚନଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ତିନିଦିନ ହେବ ଏହାକୁ ନେଇ ତ୍ରିଲୋଚନଙ୍କ ସମେତ ତାଙ୍କ ସ୍ତ୍ରୀ ଥାନାରେ ଏତଲା କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ପୋଲିସ ର କାର୍ଯ୍ୟ ଦକ୍ଷତା କୁ ସନ୍ଦେହ ଘେର କୁ ଟାଣି ଆଣିଛି। ତେବେ ପୋଲିସ କଣ ପାଇଁ ତିନିଦିନ ଧରି କର୍ଯ୍ୟନୁଷ୍ଠାନ ନ ନେବା ତାକୁ ନେଇ ପରିବାର ଲୋକ ଓ ଜଣ ସାଧାରଣ ପ୍ରଶ୍ନ ଉଠାଇଛନ୍ତି ।