ଗାଧୋଇବାକୁ ଯାଇ ଖସିଗଲା ଗୋଡ଼, ପୋଖରୀରୁ ମିଳିଲା ମୃତଦେହ

Published By : Prameya-News7 Bureau | October 17, 2022 IST

ପାଟଣା ୧୭।୧୦: ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ । ମୃତକଙ୍କ ନାମ ବାସନ୍ତୀ ବେହେରା ବୋଲି ଜଣାପଡିଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ନୂଆପଡ଼ା ଗାଁରେ ଥିବା ପୋଖରୀରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ବାସନ୍ତୀ ଶନିବାର ବଳଦ ଚରାଈବା ପରେ ପୋଖରୀକୁ ଗାଧେଇବାକୁ ଯାଇଥିଲେ । ହେଲେ ଆଉ ଘରକୁ ଫେରି ନଥିଲେ। ଗାଧେଇବା ସମୟରେ ହଠାତ୍‌ ତାଙ୍କ ଗୋଡ ଖସିଯାଇ ବୁଡିଥିବାର ସନ୍ଦେହ କରୁଛି ପୋଲିସ । ସୋମବାର ସକାଳୁ ପୋଖରୀରେ ବୃଦ୍ଧାଙ୍କ ମୃତଦେହ ଭାସୁଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣାସ୍ଥଳରେ ଘଟଗାଁ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.