ପିପିଏଲ୍ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ବାଇକ ଆରୋହୀଙ୍କ ଉପରେ ମାଡିଗଲା ହାଇଓ୍ୱା
17/12/2022 at 2:35 PM

ପାରାଦୀପ ୧୭।୧୨ : ପାରାଦୀପ ପିପିଏଲ୍ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ୱା ଧକ୍କାରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତି ଜଣଙ୍କ କୁଜଙ୍ଗ ବାଲିତୁଠ ଅଞ୍ଚଳର ବାବାଜୀ ଆଚାର୍ଯ୍ୟ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଶନିବାର ଦିନ ବାବାଜୀ ନିଜ କାର୍ଯ୍ୟସ୍ଥଳରୁ ନିଜ ଘରକୁ ଯାଉଥିଲେ । ଏହି ସମୟରେ ଏକ ଦ୍ରୁତ ଗଡିରେ ଯାଉଥିବା ହାଇଓ୍ୱା ଗାଡି ବାଇକ୍କୁ ଧକ୍କା ଦେଇ ଆରୋହୀଙ୍କ ଉପରେ ଚଢିଯାଇଥିଲା । ତେବେ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କର ମୃତ୍ୟୁ ହୋଇଛି ।
ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ହାଇଓ୍ୱା ଗାଡିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।