ଋଷିଆନ୍ ଇଞ୍ଜିନିୟରଙ୍କ ମୃତ୍ୟୁ, ପାରାଦୀପ ବନ୍ଦରରେ ଥିଲେ କାର୍ଯ୍ୟରତ
3/01/2023 at 9:18 AM

ପାରାଦୀପ ୦୩।୦୧ : ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଋଷିଆନ୍ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଉଛନ୍ତି ଋଷିଆନ ଇଞ୍ଜିନିୟର ମିଲ୍ ୟାକୁବ ସର୍ଜଇ।
ଖବର ଅନୁଯାୟୀ, ସେ ଅଲଦାନା ଭେସେଲରେ ପାରାଦୀପ ଆସିଥିଲେ। ସୋମବାର ବିଳମ୍ଵିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେପଟେ ଘଟଣା ସମ୍ପର୍କରେ ତଦନ୍ତ ହେବା ପୂର୍ବରୁ କିଛି କହିହେବ ନାହିଁ ବୋଲି ବନ୍ଦର ଅଧ୍ୟକ୍ଷ ପି. ଏଲ୍ ହାରନାଦ କହିଛନ୍ତି। ତେବେ ଋଷିଆନ ଇଞ୍ଜିନିୟରଙ୍କ ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତିରେ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି।
Related Posts
ହେପାଜତରେ ଅଭିଯୁକ୍ତ ମୃତ ! ରେଞ୍ଜରଙ୍କ ସମେତ ୭ ଥାନାରେ ଅଟକ
6 February 2023
ରାତି ୧୨ପରେ ବୁଲୁଛି ମୋଟର ସାଇକେଲ, ସିସିଟିଭିରେ ଭିଜୁଆଲ କଏଦ
6 February 2023