OYOରୁ ମିଳିଲା ଯୁବକଙ୍କ ମୃତଦେହ, ରାତିରେ ବାନ୍ଧବୀ ଓ କିଛି ଯୁବତୀଙ୍କ ସହ କରିଥିଲେ ପାର୍ଟି
26/03/2023 at 12:56 PM

ଭୁବନେଶ୍ୱର ୨୬।୦୩ : ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ OYO ହୋଟେଲରୁ ଯୁବକଙ୍କ ମୃତଦେହ ଠାବ । ମୃତକ ୨୬ ବର୍ଷୀୟ ଦୁର୍ଗା ପ୍ରସାଦ ମିଶ୍ର । ଦୁର୍ଗାଙ୍କ ଘର କଟକ ନିଆଳି ଅଞ୍ଚଳର ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଦୁର୍ଗାପ୍ରସାଦ ମିଶ୍ର ଲିଙ୍ଗରାଜ ଥାନା ଅଧୀନରେ ଥିବା ଏକ ଭଡା ଘରେ ରହୁଥିଲେ । ଶନିବାର ରାତିରେ ନିଜ ବାନ୍ଧବୀ ଓ କିଛି ଯୁବତୀଙ୍କୁ ଆଣି OYO ହୋଟେଲରେ ଜନ୍ମ ଦିନ ପାଳନ କରିଥିଲେ । ହେଲେ ଏବେ ତାଙ୍କର ମୃତଦେହ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ ।
ସେପଟେ ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ଛାନଭିନ୍ ଜାରି ରଖିଛି । ଦୁର୍ଗାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ଦୁର୍ଗା ପ୍ରସାଦ ଏକ ଘରୋଇ ସଂସ୍ଥାରେ ଚାକିରୀ କରୁଥିଲେ ।