ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍‌ ମୁହାଁମୁହିଁ ଧକ୍କା : ବାଇକ୍‌ ଆରୋହୀ ମୃତ, ଜଣେ ଗୁରୁତର

16/11/2022 at 2:48 PM

ନୂଆପଡା ୧୬।୧୧: ନୂଆପଡ଼ା ଜିଲ୍ଲା ଲଖନା ଥାନା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍‌ଅପ୍‌ ଭ୍ୟାନ୍‌-ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଜଣେ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଲଖନା ଥାନା ନିକଟରେ ଆସୁଥିବା  ପିକ୍‌ଅପ୍‌ ଭ୍ୟାନ୍‌ଟି ବିପରୀତ ଦିଗରୁ ଆସୁଥିବା ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ସ୍ଥାନୀୟ ସିଆଲଟି ଗାଁର ବୋଲି ଜଣାପଡିଛି । ଏବେ ସୁଦ୍ଧା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ ।

   Related Posts