ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌, ଆରୋହୀ ମୃତ

Published By : Prameya-News7 Bureau | October 15, 2022 IST

ନୀଳଗିରି ୧୫।୧୦ : ରାସ୍ତା ପାର ହେଉଥିବା ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌ । ଘଟଣାସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ନୀଳଗିରି ଏନ୍‌ଏସି ୭ ନମ୍ବର ଓ୍ୱାର୍ଡ ଦାସସାହି ଗାଁର ବାବୁ ଦାସ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଶନିବାର ସକାଳ ସମୟରେ ଏକ ପିକ୍‌ ଅପ୍‌ ଭ୍ୟାନ୍‌ଟି ଦ୍ରୁତ ଗିତରେ ସେରଗଡ଼-ଉଦଳା ରାସ୍ତାରେ ଆସୁଥିଲା । ଏହି ସମୟରେ ବାବୁ ଦାସ ସାଇକେଲ୍‌ ଧରି ରାସ୍ତା ପାର ହେଉଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଧକ୍କା ଦେଇଥିଲା । ଯାହାଫଳରେ ବାବୁଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ଗାଡି ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ସେ  ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଅଞ୍ଚଳର ସୁକାନ୍ତ ମହାପାତ୍ର ବୋଲ ଜଣାପଡିଛି। ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.