ଖଜୁରୀ ମଦ ନିଶା ନେଲା ଜୀବନ, କାଠିଫାଳିଆ ମାଡରେ କିରକେ ମାଝି ମୃତ

Published By : Prameya-News7 Bureau | December 17, 2022 IST

ମୁନିଗୁଡା ୧୭।୧୨ : ଖଜୁରୀ ନିଶା ନେଲା ଜୀବନ । ମୃତକଙ୍କ ନାମ କିରକେ ମାଝି ବୋଲି ଜଣାପଡିଛି । ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅମ୍ବାଦଳା ଥାନା ଗୋଡିଖାଲ ଗାଁ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୋଡିଖାଲ ଗାଁର ଦୁଇ ପଡୋଶୀ ଖଜୁରୀ ମଦ ଆଣି ଉଭୟେ ପିଇଥିଲେ । ପରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଦେଖୁ ଦେଖୁ ବଚସା ଉଗ୍ର ରୂପ ନେଇଥିଲା । ତାସିଲି ମାଝି ଏକ କାଠ ଫାଳିଆରେ କିରକେ ମାଝିଙ୍କୁ ଆକ୍ରମଣ କରିଥିଲା । ଯାହାଫଳରେ ଘଟଣାସ୍ଥଳରେ କିରକେ ମାଝିଙ୍କର ମୃତ୍ୟୁ ହୋଇଥିଲା ।

ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ଅମ୍ବାଦଳା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ପୋଲିସ ମୃତଦେହକୁ ଜବତ କରି ଡାକ୍ତରଖାନାରେ ଭର୍ତ୍ତି କରିଛି । ହତ୍ୟାକାଣ୍ଡ ଘଟାଇଥିବା ତାସିଲି ମାଝିକୁ ଥାନାରେ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.