ମାଓବାଦୀଙ୍କ ବର୍ବରତା, ପ୍ରଜାକୋର୍ଟରେ ଜଣଙ୍କୁ ଦେଲେ ମୃତ୍ୟୁ ଦଣ୍ଡ

Published By : Prameya-News7 Bureau | January 17, 2022 IST

ମାଥିଲି ୧୭।୦୧ : ପ୍ରଜାକୋର୍ଟରେ  ମାଓବାଦୀଙ୍କ ମୃତ୍ୟୁଦଣ୍ଡାଦେଶ । ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର କେରମିଟି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକଙ୍କ ନାମ ଆନନ୍ଦ ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଗତ ଗୁରୁବାର ଦିନ ଆନନ୍ଦକୁ ମାଓବାଦୀମାନେ ନିଜ ଗାଁ ଦଳଦଳିରୁ ଡାକିନେଇଥିଲା । ଏହାପରେ ଶୁକ୍ରବାର ଦିନ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ । ଶନିବାର ଦିନ ପ୍ରଜାକୋର୍ଟ ଜରିଆରେ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ ମାଓବାଦୀ । ତେବେ ଆନନ୍ଦଙ୍କୁ ମାରିବା ପରେ ମୃତଦେହକୁ ଜାଳି ଦେଇଥିବା ଜଣାପଡିଛି । ପୋଲିସ ଘଟଣାସଂପର୍କରେ ଜାଣିବା ପରେ ଅନୁଧ୍ୟାନ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.