oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଓଡିଶା ଗ୍ରାମ୍ୟବ୍ୟାଙ୍କର ମ୍ୟାନେଜର ମୃତ, ଗୁରୁତର ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭଦ୍ରକ ଜିଲ୍ଲାପାଳ କାର୍ଯ୍ୟାଳୟରୁ ସୂଚନା, ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି
  • ||
  • ଅଗ୍ନିଶ୍ଵର ମନ୍ଦିର ଉପରେ ଚଢ଼ିଗଲେ ପୂଜକ, ସିଂହଦ୍ୱାର ଥାନାରେ ଅଟକ ରଖିଲା ପୋଲିସ୍‌
  • ||
  • ଅରୁଣାଚଳ ପ୍ରଦେଶ: ତଓ୍ୱାଙ୍ଗରେ ସେନା ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଡିଜେ ସାଉଣ୍ଡ ହେଲା କାଳ ! ପୁଅର ବାହାଘର ଦିନ ଚାଲିଗଲା ବାପାଙ୍କ ଜୀବନ

21/04/2022 at 8:41 AM

ମାଲକାନଗିରି ୨୧।୦୪: ମାଲକାନଗିରିରେ ଅଭାବନୀୟ ଘଟଣା । ପୁଅର ବାହାଘର ପ୍ରସେସନ ଚାଲିଥିବା ବେଳେ ଡି.ଜେ ବାଜା ଶବ୍ଦରେ ବର ବାପାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲା ବୋଲି ଜଣାପଡିଛି ।

ଖବର ଅନୁଯାୟୀ,  ଦିଲ୍ଲୀ ନିବାସୀ ମହେନ୍ଦ୍ର ରହିଲାଙ୍କ ପୁଅ ଅଙ୍କିତ ରହିଲା ଫେସ ବୁକରେ ମାଲକାନଗିରି ଜିଲ୍ଲାର ଜଣେ ଯୁବତୀଙ୍କୁ ପ୍ରେମ କରି ବସିଥିଲେ । ପ୍ରେମ ପରେ ଉଭୟଙ୍କ ପରିବାର ଲୋକେ ଏକାଠି ବସି ବାହାଘର ମଧ୍ୟ ଠିକ୍ କରିଥିଲେ । ବୁଧବାର ରାତିରେ ମାଲକାନଗିରି ସହରର ହୋଟେଲ ଗୋଲଡେନ ଭିଉ ସମ୍ମୁଖରୁ ବରଯାତ୍ରୀଙ୍କ ଶୋଭାଯାତ୍ରା ବାହାରିଥିଲା ଯାହା ଲାଠିଆଗୁଡା ଗାଁ ପର୍ଯ୍ୟନ୍ତ ଯିବାର ଥିଲା । ହେଲେ ପୁଅର ବାହାଘର ପ୍ରସେସନ ଚାଲିଥିବା ବେଳେ ହଠାତ୍ ରାସ୍ତା ଉପରେ ବର ବାପାଙ୍କ ମୃତ୍ୟୁ ହୋଇଛି । ବୃଦ୍ଧଙ୍କ ମୃତ୍ୟୁ ଡି.ଜେ ଶବ୍ଦ ଯୋଗୁଁ ହୋଇଛି ବୋଲି ସେଠାରେ ଚର୍ଚ୍ଚା ହେଉଛି । ତେବେ ମୃତ୍ୟୁର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘଟଣା ସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ସେପଟେ ବର ବାପାଙ୍କ ମୃତ୍ୟୁ ପରେ ଝିଅ ବାହା ଘର ବନ୍ଦ ରହିଥିବା ଜଣାପଡିଛି ।

   Related Posts