ଏମିତିବି ଆସେ ମୃତ୍ୟୁ... ଭଗବାନଙ୍କୁ ଦର୍ଶନ କରୁ କରୁ ଉଡ଼ିଗଲା ପ୍ରାଣବାୟୁ

Published By : Prameya-News7 Bureau | December 04, 2022 IST

ନୂଆଦିଲ୍ଳୀ, ୪/୧୨: ଏମିତିବି ଆସେ ମୃତ୍ୟୁ... ଭଗବାନଙ୍କୁ ଦର୍ଶନ କରିବାକୁ ଆସିଥିଲେ ଆଉ ସବୁଦିନ ପାଇଁ ଭଗବାନଙ୍କର ହୋଇଯାଇଥିଲେ। ଭଗବାନଙ୍କୁ ଦର୍ଶନ କରିବା ସମୟରେ ଉଡ଼ିଗଲା ପ୍ରାଣବାୟୁ। ମନ୍ଦିରରେ, ଭଗବାନଙ୍କ ସାମ୍ନାରେ ହିଁ ହୋଇଗଲା ମୃତ୍ୟୁ। ଏକ ଏଭଳି ଦୁଃଖଦ ଘଟଣା ସାମ୍ନାକ ଆସିଛି ଯାହାକୁ ଆପଣ ହୁଏତ ବିଶ୍ବାସ କରିପାରିବେନି। ଯେଉଁଠାରେ ଜଣେ ବ୍ୟକ୍ତି ମନ୍ଦିରରେ ଭଗବାନଙ୍କ ଦର୍ଶନ କରିବା ସମୟରେ ହିଁ ମୃତ୍ୟୁ ହୋଇଥିଲା।

ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି ମଧ୍ୟ ପ୍ରଦେଶ କଟନୀରେ। ବ୍ୟକ୍ତି ଜଣକର ହାର୍ଟ ଆଟାକ୍‌ରେ ମୃତ୍ୟୁ ହୋଇଛି। ଏହି ଘଟଣା ସିସିଟିଭିରେ କଏଦ ହୋଇଛି। ଏହି ଘଟଣା ଗୁରୁବାରର। ରାଜେଶ ମେହାନୀ ନାମକ ଜଣେ ବ୍ୟକ୍ତି ସାଇ ବାବାଙ୍କ ଦର୍ଶନ ପାଇଁ ମନ୍ଦିରକୁ ଆସିଥିଲେ। ମନ୍ଦିରରେ ସେ ପରିକ୍ରମା ମଧ୍ୟ କରିଥିଲେ, ଏହାପରେ ସେ ମୂର୍ତ୍ତି ନିକଟରେ ବସିଥିଲେ। କିନ୍ତୁ ପ୍ରାୟ ୧୫ ମିନିଟ୍‌ରୁ ଅଧକ ସମୟ ପର୍ଯ୍ୟନ୍ତ ପରେ ସେଠାରୁ ନଉଠିବାରୁ ମନ୍ଦିର ଅଧିକାରୀଙ୍କୁ ସନ୍ଦେହ ହୋଇଥିଲା ଏବଂ ସେମାନେ ବ୍ୟକ୍ତିଙ୍କୁ ଉଠାଇଥିଲେ। କିନ୍ତୁ ବ୍ୟକ୍ତି ଜଣକ ଉଠିନଥିଲେ। ଏହାପରେ ମନ୍ଦିରର ପୂଜାରୀ ମଧ୍ୟ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।

ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ। କୁହାଯାଉଛି ତାଙ୍କୁ ସାଇଲେଣ୍ଟ ହାର୍ଟ ଆଟାକ୍ ଆସିଥିଲା। ଯେଉଁଥରେ ତାଙ୍କର ମୃତ୍ୟୁ ହୋଇଥିଲା। ମନ୍ଦିର ଅଧିକାରୀଙ୍କ ଅନୁଯାୟୀ, ମେହାନୀ ଏକ ମେଡିକାଲ ଷ୍ଟୋର ଚଳାନ୍ତି ଏବଂ ପ୍ରତି ଗୁରୁବାର ମନ୍ଦିର ଆସିଥାନ୍ତି।

ସୂଚନାଥାଉ, ଶୁକ୍ରବାର ମଧ୍ୟ ମଧ୍ୟପ୍ରଦେଶ ଜବଲପୁରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା। ଯେଉଁଠାରେ ବସ୍ ଚଳାଉଥିବାବେଳେ ହାର୍ଟ ଆଟାକ୍ ଯୋଗୁଁ ବସ୍ ଚଳାଉଥିବାବେଳେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ଘଟଣାରେ ଅନ୍ୟ ଜଣକର ମଧ୍ୟ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଥିଲେ।

wp:embed {"url":"https://twitter.com/i/status/1599019897870118912","type":"rich","providerNameSlug":"twitter","responsive":true}
https://twitter.com/i/status/1599019897870118912
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.