ବଜ୍ରପାତ ନେଲା ଗାଈ ଚରାଳୀଙ୍କ ଜୀବନ

Published By : Prameya-News7 Bureau | June 28, 2020 IST

ଢେଙ୍କାନାଳ ୨୮।୬: ଢେଙ୍କାନାଳରେ ବର୍ଷା ସାଙ୍ଗକୁ ବଜ୍ରପାତ ଘଟିଛି । ଶନିବାର ଅପରାହ୍ନରେ ବଜ୍ରପାତ ଘଟି ସଦର ଥାନା ଯତନ ନଗର ଅଞ୍ଚଳରେ ଜଣେ ଗାଈ ଚରାଳୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ସ୍ଥାନୀୟ କାଙ୍କଡପାଳ ଗ୍ରାମର ବିଭ ପ୍ରଧାନ ବୋଲି ଜଣାପଡିଛି । ସେ ଗାଈ ଚରାଉଥିବା ବେଳେ ବଜ୍ରାଘାତ ଲାଗିଥିଲା । ଫଳରେ ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.