ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ, ଜମିରେ କାମ କରୁଥିବା ବେଳେ ହୋଇପଡିଥିଲେ ଅଚେତ

Published By : Prameya-News7 Bureau | June 20, 2022 IST

ଜଳେଶ୍ବର ୨୦।୬: ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପଳାସିଆ ଗ୍ରାମରେ ବଜ୍ରାଘାତରେ ଯୁବକଙ୍କ ମୃତ୍ୟୁ ହୋଇଛି । ଗ୍ରାମର ସାଗର ସୋରେନ ଜମିରେ କାମ କରୁଥିବା ସମୟରେ ହଠାତ୍ ବର୍ଷା ପବନ ସହ ବଜ୍ରପାତ ହୋଇଥିଲା । ଫଳରେ ସାଗର ଅଚେତ ହୋଇ ଜମିରେ ପଡ଼ି ଯାଇଥିଲେ । ବର୍ଷା ପବନ ସମୟରେ ସାଗର ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ସାଗରଙ୍କୁ ଜମିରେ ଅଚେତ ଅବସ୍ଥାରେ ପାଇ ବସ୍ତା ଡ଼ାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.